Health News: ଅଧିକ ମାତ୍ରାରେ ଶାରିରୀକ ସମ୍ପର୍କ ରଖୁଛନ୍ତି କି ? ତେବେ ଏହି ରିପୋର୍ଟଟି ଆପଣଙ୍କ ପାଇଁ...
Advertisement
Article Detail0/zeeodisha/odisha1698878

Health News: ଅଧିକ ମାତ୍ରାରେ ଶାରିରୀକ ସମ୍ପର୍କ ରଖୁଛନ୍ତି କି ? ତେବେ ଏହି ରିପୋର୍ଟଟି ଆପଣଙ୍କ ପାଇଁ...

ନୂଆଦିଲ୍ଲୀ: ନବବିବାହିତ ତଥା ପ୍ରେମୀଯୁଗଳଙ୍କ ମଧ୍ୟରେ ଏକ ଶାରିରୀକ ଆକର୍ଷଣ ସୃଷ୍ଟି ହେବା ଏକ ସ୍ୱାଭାବିକ ପ୍ରକ୍ରିୟା। ଉଭୟ ନିକଟତର ହେଲେ ଏହି ଆକର୍ଷଣ ଧିରେ ଧିରେ ବଢିଥାଏ। ଏପରିକି ନିଜ ଉପରୁ ନିୟନ୍ତ୍ରଣ ହରାଇ ବାରମ୍ବାର ଶାରିରୀକ ସମ୍ପର୍କ ଗଢିଥାନ୍ତି ଏହି ନବଦମ୍ପତି ତଥା ପ୍ରେମୀଯୁଗଳ। କିନ୍ତୁ ନବଦମ୍ପତିଙ୍କ ମନରେ ପ୍ରାୟତଃ ଏକ ପ୍ରଶ୍ନ ଥାଏ ଯେ...

Health News: ଅଧିକ ମାତ୍ରାରେ ଶାରିରୀକ ସମ୍ପର୍କ ରଖୁଛନ୍ତି କି ? ତେବେ ଏହି ରିପୋର୍ଟଟି ଆପଣଙ୍କ ପାଇଁ...

Health News: ନୂଆଦିଲ୍ଲୀ: ନବବିବାହିତ ତଥା ପ୍ରେମୀଯୁଗଳଙ୍କ ମଧ୍ୟରେ ଏକ ଶାରିରୀକ ଆକର୍ଷଣ ସୃଷ୍ଟି ହେବା ଏକ ସ୍ୱାଭାବିକ ପ୍ରକ୍ରିୟା। ଉଭୟ ନିକଟତର ହେଲେ ଏହି ଆକର୍ଷଣ ଧିରେ ଧିରେ ବଢିଥାଏ। ଏପରିକି ନିଜ ଉପରୁ ନିୟନ୍ତ୍ରଣ ହରାଇ ବାରମ୍ବାର ଶାରିରୀକ ସମ୍ପର୍କ ଗଢିଥାନ୍ତି ଏହି ନବଦମ୍ପତି ତଥା ପ୍ରେମୀଯୁଗଳ। କିନ୍ତୁ ନବଦମ୍ପତିଙ୍କ ମନରେ ପ୍ରାୟତଃ ଏକ ପ୍ରଶ୍ନ ଥାଏ ଯେ ସେମାନେ ଗୋଟିଏ ଦିନ କିମ୍ବା ସପ୍ତାହରେ କେତେଥର ଶାରିରୀକ ସମ୍ପର୍କ ରଖିବା ଉଚିତ୍। ଅଧିକାଂଶ ଲୋକଙ୍କର ଯୌନ ସମ୍ପର୍କ ସ୍ଥାପନକୁ ନେଇ ଭିନ୍ନ ଧାରଣା ସୃଷ୍ଟି ହୋଇଥାଏ। କେହି କେହି ଏହାକୁ ଠିକ୍, ଆଉ କିଛି ଭୁଲ୍ ବୋଲି ବିଚାର କରିଥାନ୍ତି। କେବଳ ଏତିକି ନୁହେଁ ମହିଳା ଏବଂ ପୁରୁଷଙ୍କ ଅନୁଭୂତି ଯୌନ ଜୀବନ ବିଷୟରେ ସମ୍ପୂର୍ଣ୍ଣ ଭିନ୍ନ। ଏପରି ପରିସ୍ଥିତିରେ ଆପଣଙ୍କର ଯୌନ କାର୍ଯ୍ୟକଳାପ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ କିପରି ପ୍ରଭାବ ପକାଇଥାଏ ଜାଣନ୍ତୁ।

ଅଧିକ ଆକର୍ଷଣ
ବିବାହ ପରେ ନୂତନ ଜୀବନ ଆରମ୍ଭରେ ନବଦମ୍ପତିମାନେ ଯୌନ ଜୀବନ ବିଷୟରେ ଜାଣିବାକୁ ଅଧିକ ଉତ୍ସାହିତ ହୁଅନ୍ତି। ଅଭିଜ୍ଞତାର ଅଭାବ ହେତୁ ଏହା ସେମାନଙ୍କ ପାଇଁ ଯନ୍ତ୍ରଣାଦାୟକ ହୋଇଥାଏ। କେହି କେହି ଏହାକୁ ଏଡ଼ାଇ ଯାଇଥାନ୍ତି ଏବଂ କେହି କେହି ବାରମ୍ବାର ଶାରୀରିକ ସମ୍ପର୍କ ରଖିବାକୁ ପସନ୍ଦ କରନ୍ତି । ଯୌନ କାର୍ଯ୍ୟକଳାପ ଉଭୟ ଉପାୟରେ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ।

ଇମୋସନାଲ ବଣ୍ଡିଂ ହୋଇଥାଏ ମଜବୁତ
ଶାରିରୀକ ସମ୍ପର୍କ ଯେ କେବଳ ଦୈହିକ ସୁଖ ଦେଇଥାଏ ତାହା ନୁହେଁ। ଶାରିରୀକ ସମ୍ପର୍କ ସ୍ଥାପନ କରିବା ଦ୍ୱାରା ଆପଣ ମାନସିକ ସ୍ତରରେ ବେଶ ଶାନ୍ତି ଲାଭ କରିଥାନ୍ତି। ଆପଣଙ୍କ ପାର୍ଟନର ସହିତ ଆପଣଙ୍କର ଇମୋସନାଲ ବଣ୍ଡିଂ ବେଶ ମଜବୁତ ହୋଇଥାଏ। ସେକ୍ସ ହେଉଛି ଦୁଇ ଜଣଙ୍କ ମଧ୍ୟରେ ଥିବା ଭାବନାତ୍ମକ ଆବଶ୍ୟକତାକୁ ବୁଝିବା। ଏକ ଅଧ୍ୟୟନ ଅନୁଯାୟୀ ଯେଉଁ ଦମ୍ପତିମାନେ ଭାବପ୍ରବଣ ଭାବରେ ସମାନ, ସେମାନେ ଅଧିକ ଶାରିରୀକ ସମ୍ପର୍କ ସ୍ଥାପନକୁ ଉପଭୋଗ କରନ୍ତି। 

ଚେହେରାରେ ଚମକ ଆଣିଥାଏ ସେକ୍ସ
ବୈଜ୍ଞାନିକ ଦୃଷ୍ଟିକୋଣରୁ ଚମକୁଥିବା ଚର୍ମ ଏବଂ ଯୌନାଙ୍ଗ ମଧ୍ୟରେ ସିଧାସଳଖ ସମ୍ପର୍କ ଅଛି । ଶାରିରୀକ ସମ୍ପର୍କ ସ୍ଥାପନ ସମୟରେ ରକ୍ତ ପ୍ରବାହ ବଢିଥାଏ ଯେଉଁଥିରୁ ଚର୍ମ ଚମକ ଆସିଥାଏ।

ସହନଶୀଳତା ବଢିଥାଏ
ଷ୍ଟାନଫୋର୍ଡ ୟୁନିଭରସିଟିରେ କରାଯାଇଥିବା ଏକ ଅଧ୍ୟୟନ ଅନୁଯାୟୀ ଯନ୍ତ୍ରଣା ଏବଂ ଭାବନା ମଧ୍ୟରେ ଏକ ନିଆରା ସଂଲଗ୍ନତା ଅଛି। ଏହି ଅଧ୍ୟୟନରେ ଯେତେବେଳେ ଅଂଶଗ୍ରହଣକାରୀମାନଙ୍କୁ ସେମାନଙ୍କର ପ୍ରିୟଜନଙ୍କ ଫଟୋ ଦେଖାଯାଇଥିଲା ସେମାନଙ୍କର ଯନ୍ତ୍ରଣା ୪୪ ପ୍ରତିଶତ କମିଯାଇଥିଲା। ଦମ୍ପତିଙ୍କ ମଧ୍ୟରେ ଯୌନ ସମ୍ପର୍କ ଭାବପ୍ରବଣତାର ସ୍ତରକୁ ବଢାଇଥାଏ, ଯେଉଁଥିପାଇଁ ଯନ୍ତ୍ରଣା ସହନ କରିବାର କ୍ଷମତା ମଧ୍ୟ ବଢିଥାଏ। 

ସଂକ୍ରମଣ ସମ୍ଭାବନା ରହିଥାଏ
ଏହା ଆବଶ୍ୟକ ନୁହେଁ ଯେ କେବଳ ଶାରିରୀକ ସମ୍ପର୍କରେ ଲାଭ ଅଛି, ଏହା ମଧ୍ୟ ଅନେକ ସମସ୍ୟା ସୃଷ୍ଟି କରିଥାଏ। ଯେପରିକି ଶାରିରୀକ ସମ୍ପର୍କ ସ୍ଥାପନ ପରେ ମହିଳାମାନଙ୍କ ନିକଟରେ UTI ସମସ୍ୟା ସୃଷ୍ଟି ହୋଇଥାଏ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ସମସ୍ତ ଯୌନ ସକ୍ରିୟ ମହିଳା ଏକ ସମୟରେ UTI ସମସ୍ୟା ଦେଇ ଗତି କରନ୍ତି। ଯୌନ ସମ୍ପର୍କ ହେତୁ, ଯୌନାଙ୍ଗରେ ଥିବା ଏହି ଜୀବାଣୁ ସହଜରେ ମହିଳାଙ୍କ ବ୍ଲାଡରରେ ବ୍ୟାପିବାର ସମ୍ଭାବନା ଅଧିକ ମାତ୍ରାରେ ସମ୍ଭାବନା ରହିଥାଏ। 

ଶାରିରୀକ ସମ୍ପର୍କ ପରେ ବାରମ୍ବାର ପରିସ୍ରା ଯିବା
ମହିଳାମାନଙ୍କଠାରେ ଏହି ସମସ୍ୟା ଏକ ସାଧାରଣ କଥା। ଶୌଚାଳୟକୁ ଯିବା ପରେ ମଧ୍ୟ ସେମାନେ ଅନୁଭବ କରନ୍ତି ଯେ ସେମାନଙ୍କୁ ବାରମ୍ବାର ପରିସ୍ରା ଯିବାକୁ ପଡିବ । କାରଣ ଜି-ସ୍ପଟରେ ଫୁଲିପାରେ। ଏହି କ୍ଷେତ୍ରରେ ଫୁଲା ଶାରିରୀକ ସମ୍ପର୍କ ସ୍ଥାପନ ସମୟରେ ଆସିଥାଏ। ଏହା ବ୍ଲାଡର ଉପରେ ଚାପ ପକାଇଥାଏ, ଯାହା ଏହାକୁ ପୂର୍ଣ୍ଣ ଅନୁଭବ କରେ।